मुख्य सामग्री पर जाएँ
CLYVNIQबाइबल की यात्रा करें

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗୀତସଂହିତା 127

1ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି; ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ। 2ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା। କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି। 3ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର। 4ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ। 5ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ; ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବେ ନାହିଁ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · लाइसेंस