ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଗୀତସଂହିତା 70
1ହେ ପରମେଶ୍ୱର, ମୋତେ ଉଦ୍ଧାର କରିବା ପାଇଁ ସତ୍ୱର ହୁଅ; ହେ ସଦାପ୍ରଭୋ, ମୋହର ସାହାଯ୍ୟ କରିବା ପାଇଁ ସତ୍ୱର ହୁଅ। 2ମୋହର ପ୍ରାଣ ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରିଯାଇ ଅପମାନିତ ହେଉନ୍ତୁ। 3ଯେଉଁମାନେ “ହଁ, ହଁ” ବୋଲି କହନ୍ତି, ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ। 4ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ “ପରମେଶ୍ୱର ମହିମାନ୍ୱିତ ହେଉନ୍ତୁ” ବୋଲି ନିରନ୍ତର କହୁନ୍ତୁ, 5ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ୱର, ମୋʼ ପକ୍ଷରେ ସତ୍ୱର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ବ କର ନାହିଁ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · ଲାଇସେନ୍ସ