跳到正文
CLYVNIQ漫步圣经

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଏଷ୍ଟର 10

1ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପସମୂହରେ କର ବସାଇଲେ। 2ପୁଣି, ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟଙ୍କୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚପଦରେ ନିଯୁକ୍ତ କଲେ, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟା ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 3କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାଙ୍କ ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭ୍ରାତୃସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ୱେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. · 许可